ଯାଜପୁର ବାଙ୍କସାହି ଦଳେଇ ଘାଇ ଅଞ୍ଚଳରେ କଳିଙ୍ଗ କୃଷକ ବିକାଶ ପରିଷଦ ପକ୍ଷରୁ ରିଲିଫ ବଣ୍ଟନ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ବତନ୍ତ୍ର ପ୍ରତିନିଧିSeptember 1, 202658 views

ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ବାଙ୍କସାହି ଅଞ୍ଚଳରେ ସୃଷ୍ଟି ହୋଇଥିବା ଦଳେଇ ଘାଇ ସ୍ଥଳରେ ବନ୍ୟା ବିପନ୍ନଙ୍କୁ ସହାୟତା ହାତ ବଢ଼ାଇଛି 'କଳିଙ୍ଗ କୃଷକ ବିକାଶ ପରିଷଦ, ଓଡ଼ିଶା'। ପରିଷଦର ରାଜ୍ୟ ସଭାପତି ଅମର ବଲ୍ଲଭ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଛି।
ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ-ସଭାପତି ଅମୁଲ୍ୟ ଦାସ, ସମ୍ପାଦକ ଶୁଭକାନ୍ତ ନାୟକ, ସଭ୍ୟ ଶ୍ୟାମ ସୁନ୍ଦର ନାୟକ, ଗୋପାଳ ସାହୁ, ଦୁର୍ଗା ବାହିନୀ ରାଜ୍ୟ ସଂଯୋଜିକା ତୃପ୍ତିରେଖା ନାୟକ, ଗୁଗଲମିଟ ଯୁବ ସଂଯୋଜକ ବିଶ୍ୱଜିତ ପୋଥାଳ, ରସୁଲପୁର ବ୍ଲକ ସଭାପତି ଦୀନବନ୍ଧୁ ମଲ୍ଲିକ, ରସୁଲପୁର ଦୁର୍ଗାବାହିନୀ ସଦସ୍ୟା ପୁଷ୍ପଲତା ଯେନା, ପ୍ରମିଳା ମହାନ୍ତି ଏବଂ ଯାଜପୁର ବ୍ଲକ ସମ୍ପାଦକ ନୀଳମଣୀ ସାହୁ ପ୍ରମୁଖ ଯୋଗଦେଇ ବିପନ୍ନମାନଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ।
ସଙ୍କଟ ସମୟରେ ପରିଷଦର ଏପରି ସହାୟତା ପାଇଁ ସ୍ଥାନୀୟ ବନ୍ୟାପୀଡ଼ିତମାନେ କଳିଙ୍ଗ କୃଷକ ବିକାଶ ପରିଷଦକୁ କୃତଜ୍ଞତା ଜଣାଇଛନ୍ତି।
