--:--:--
-- ---
Srishti News

ଦୁଃଖର ସମୟରେ ଅଚ୍ୟୁତ ମହାରଣାଙ୍କ ପରିବାର ପାଖରେ ଲୁଲୁ ସେନା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାSeptember 1, 202689 views
ଦୁଃଖର ସମୟରେ ଅଚ୍ୟୁତ ମହାରଣାଙ୍କ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ବଡ଼କନ୍ତକୂଳ ପଞ୍ଚାୟତ ଅନ୍ତର୍ଗତ ନୂଆଖେତା ଗ୍ରାମର ଅଚ୍ୟୁତ ମହାରଣାଙ୍କ ଦେହାନ୍ତରେ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ସମୟରେ ଲୁଲୁ ସେନାର ଏକ ଟିମ୍ ଅଚ୍ୟୁତ ମହାରଣାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ପରିବାରର ଆର୍ଥିକ ଓ ସାମାଜିକ ପରିସ୍ଥିତି ବିଷୟରେ ଜାଣିବା ପରେ, ଏହି କଠିନ ସମୟରେ ଲୁଲୁ ସେନା ପକ୍ଷରୁ ସାମର୍ଥ୍ୟ ଅନୁଯାୟୀ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଦୁଃଖରେ ପରିବାର ସହ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ଲୁଲୁ ସେନା। ଏହି ଅବସରରେ ସ୍ୱର୍ଗତ ଅଚ୍ୟୁତ ମହାରଣାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଭଗବାନ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଲୁଲୁ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି। ଗରିବ, ଦୁଃଖୀ ଓ ଅସହାୟଙ୍କ ସୁଖଦୁଃଖରେ ସାଥୀ ହେବା ଲୁଲୁ ସେନାର ମାନବିକ ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।