ସୁନା ସଫା କରିବା ବାହାନାରେ ଠକେଇ: ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଗିରଫ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାSeptember 1, 202673 views

ଛେଣ୍ଡିପଦା: ସୁନା ସଫା କରିବାର ପ୍ରଲୋଭନ ଦେଖାଇ ମହିଳା ଓ ବୃଦ୍ଧଙ୍କୁ ଠକେଇ କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଛେଣ୍ଡିପଦା ପୋଲିସ ଧରିବାରେ ସଫଳ ହୋଇଛି। ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ପୋଲିସ ତ୍ୱରିତ ଓ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଅନ୍ୟ ୨ ଜଣ ସେମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗ ରହିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସୁନା ସଫା କରୁଥିବା ଏଜେଣ୍ଟର ପରିଚୟ ଦେଇ ମହିଳା ଓ ବୃଦ୍ଧଙ୍କୁ ଟାର୍ଗେଟ କରୁଥିଲେ। ସୁନା ଅଳଙ୍କାର ସଫା କରିଦେବାର ପ୍ରତିଶ୍ରୁତି ଦେଇ ଅଳଙ୍କାର ନେବା ପରେ ସେଗୁଡ଼ିକ ନେଇ ଫେରାର ହୋଇଯାଉଥିଲେ।
ଅଭିଯୁକ୍ତଙ୍କ ନିକଟରୁ ୩ଟି ସୁନା ଚେନ୍, ଗୋଟିଏ ଭଙ୍ଗା ସୁନା ଚେନ୍, ଗୋଟିଏ ମୋଟରସାଇକେଲ, ୨ଟି ମୋବାଇଲ ଫୋନ୍, ୧୮ ପ୍ୟାକେଟ ସଫା ପାଉଡର ଓ ୧୫ ବୋତଲ ସଫା କରିବା ତରଳ ପଦାର୍ଥ ଜବତ କରାଯାଇଛି।
ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ବ୍ୟାପକ ନେଟୱର୍କ ସମ୍ପର୍କରେ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି। ଛେଣ୍ଡିପଦା ପୋଲିସର ଏହି ତ୍ୱରିତ ଓ ଗୁପ୍ତ ସୂଚନାଭିତ୍ତିକ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି।
