ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 31, 202631 views

ଖୋର୍ଦ୍ଧା: ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଖୋର୍ଦ୍ଧା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର।ଶିବିରରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ।ଜନସାଧାରଣଙ୍କ ଅଭିଯୋଗକୁ ଜିଲ୍ଲାପାଳ ଗୁରୁତ୍ୱର ସହ ଶୁଣିବା ସହ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।ଜନଶୁଣାଣି ଶିବିର ମାଧ୍ୟମରେ ସିଧାସଳଖ ଭାବେ ପ୍ରଶାସନ ନିକଟରେ ନିଜ ସମସ୍ୟା ଜଣାଇବାର ସୁଯୋଗ ପାଇଥିବାରୁ ଲୋକଙ୍କ ମଧ୍ୟରେ ମଧ୍ୟ ସନ୍ତୋଷ ପ୍ରକାଶ ପାଇଛି।
