--:--:--
-- ---
Srishti News

ଟାଙ୍କିରେ ଖସିପଡ଼ିଥିବା ଗୋମାତାଙ୍କୁ ଉଦ୍ଧାର କଲା ଲୁଲୁ ସେନା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 30, 2026105 views
ଟାଙ୍କିରେ ଖସିପଡ଼ିଥିବା ଗୋମାତାଙ୍କୁ ଉଦ୍ଧାର କଲା ଲୁଲୁ ସେନା
ଅନୁଗୋଳ: ବନ୍ତଳାର ଖିଣ୍ଡା ଅଞ୍ଚଳରେ ଏକ ଟାଙ୍କି ଭିତରେ ଗୋମାତା ଖସିପଡ଼ିଥିବା ଖବର ପାଇ ଲୁଲୁ ସେନାର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଟିମ୍ ସଦସ୍ୟ ସଂଗ୍ରାମ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୋମାତାଙ୍କୁ ଟାଙ୍କି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ମାନବିକ ପ୍ରୟାସ ପାଇଁ ଲୁଲୁ ସେନାର ସଦସ୍ୟମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଲୁଲୁ ସେନାର ସେବା ଓ ସାମାଜିକ ଚିନ୍ତାଧାରାରୁ ପ୍ରେରଣା ନେଇ ବିଭିନ୍ନ ଅଞ୍ଚଳରେ ସଦସ୍ୟମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ସେବାମୂଳକ କାର୍ଯ୍ୟ କରୁଥିବା କୁହାଯାଇଛି। ପ୍ରତ୍ୟେକ ଗାଁରେ ଜଣେ ନେତା ନୁହେଁ, ଅନେକ ସେବାମନୋଭାବୀ ନେତା ତିଆରି କରିବା ଲୁଲୁ ସେନାର ଲକ୍ଷ୍ୟ ବୋଲି ଜଣାପଡ଼ିଛି।