ତାଳଚେର ଅଞ୍ଚଳରେ ବଜ୍ରାଘାତ ୧୧ ଗୋରୁଗାଈ ମୃତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 30, 202684 views

ତାଳଚେର: ତାଳଚେର ଅଞ୍ଚଳରେ ରବିବାର ଅପରାହ୍ଣରେ ହଠାତ୍ ବର୍ଷା ସହ ବଜ୍ରପାତ ଘଟିବାରୁ ୧୧ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଛି। ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ବଡ଼ବନ୍ଧ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୨ଟା ସମୟରେ ତାଳଚେର ଅଞ୍ଚଳରେ ବର୍ଷା ସହ ଘନଘନ ବଜ୍ରପାତ ହୋଇଥିଲା। ଏହି ସମୟରେ ବଡ଼ବନ୍ଧ ନିକଟରେ ଥିବା ୧୧ଟି ଗୋରୁଗାଈ ବଜ୍ରାଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ।
ମୃତ ଗୋରୁଗାଈଗୁଡ଼ିକର ମାଲିକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କଣ୍ଢାଳ ସରପଞ୍ଚ ଯଶୋବନ୍ତୀ ବେହେରା ମୃତ ଗୋରୁଗାଈଗୁଡ଼ିକୁ ମାଲିକମାନେ ଚିହ୍ନଟ କରି ନେବା ସହ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହ୍ୱାଟସଆପ୍ ମାଧ୍ୟମରେ ସୂଚନା ଦେଇଛନ୍ତି।
ଘଟଣାର ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ୧୧ଟି ଗୋରୁଗାଈଙ୍କ ଏଭଳି ଦୁଃଖଦ ମୃତ୍ୟୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା।
