ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହରେ ପୂର୍ବତନ ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନାAugust 30, 202623 views

କଳିଙ୍ଗନଗର, ଦାନଗଦୀ: ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକର ରାବେଣ ଗ୍ରାମର ସ୍ୱର୍ଗତ ରମେଶ ଚନ୍ଦ୍ର ଖିଲାରଙ୍କ ଏକାଦଶାହ ଅବସରରେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ଏହି ଅବସରରେ ଡ. ଘଡେଇ ସ୍ୱର୍ଗତ ଖିଲାରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସ୍ୱର୍ଗତ ଖିଲାରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ।
ଏକାଦଶାହ କାର୍ଯ୍ୟକ୍ରମରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସ୍ୱର୍ଗତ ଖିଲାରଙ୍କ ସ୍ମୃତିଚାରଣ କରିଥିଲେ।
