--:--:--
-- ---
Srishti News

ସୂଚନା ଓ ଲୋକ ସମ୍ପର୍କ ବିଭାଗର  ଯୁଗ୍ମ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ

Rourkela (ରାଉରକେଲା)କୁଞ୍ଜ ବିହାରୀ ରାଉତAugust 29, 202629 views
ସୂଚନା ଓ ଲୋକ ସମ୍ପର୍କ ବିଭାଗର  ଯୁଗ୍ମ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ
ରାଉରକେଲା: ୨୯/୮/୨୬: ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ  ନିର୍ଦ୍ଦେଶିକା ତଥା ଉତ୍ତରାଞ୍ଚଳର ଉପ ନିର୍ଦ୍ଦେଶିକା (ସମ୍ବଲପୁର )  ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ରାଉରକେଲା ଗସ୍ତ ରେ ଆସି  ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।  ଏହି ଅବସରରେ ଶ୍ରୀମତୀ ଦାଶ ଙ୍କୁ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଜଂଳି ସାହୁ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।     ଶ୍ରୀମତୀ ଦାଶ ରାଉରକେଲା କାର୍ଯ୍ୟାଳୟ ର ବିଭିନ୍ନ ନଥିପତ୍ର, ରେଜିଷ୍ଟାର, ଫାଇଲ ପତ୍ର ଆଦି ଦେଖିଥିଲେ  ଓ କାର୍ଯ୍ୟର ସମୀକ୍ଷା କରିଥିଲେ l ଏହା ବ୍ୟତୀତ ବଣାଇଁସ୍ଥିତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ମଧ୍ୟ କାର୍ଯ୍ୟ ସମୀକ୍ଷା କରିଥିଲେ l ଶ୍ରୀମତୀ ଦାଶଙ୍କୁ ବଣାଇଁ ଓ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ପଚାରି ବୁଛିଥିଲେ l ସେ ସମସ୍ୟା ର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l  ଏହା ବ୍ୟତୀତ ସେ ରାଉରକେଲା ଓ ବଣାଇଁ ସ୍ଥିତ ପାଠାଗାର ର ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ l ଏହି ଅବସରରେ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଜଂଳୀ ସାହୁ , କାର୍ଯ୍ୟାଳୟର କର୍ମଚାରୀ ବଦ୍ରିନାଥ ରାଉତ, ଭମା ଅହିର ,ସୀତା ପ୍ରଧାନ ଓ ଏଡଓ୍ବିନ ତିର୍କୀ ଉପସ୍ଥିତ ଥିଲେ l