ଓଡ଼ିଶାର ସଚେତନ ନାଗରିକ ବୃନ୍ଦଙ୍କ ଉଦ୍ବେଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 29, 202614 views

ଓଡ଼ିଶାର ବିଭିନ୍ନ ପ୍ରାକୃତିକ ସମ୍ପଦପୂର୍ଣ୍ଣ ଓ ଆଦିବାସୀ ବହୁଳ ଅଞ୍ଚଳରେ ଚାଲିଥିବା ଏବଂ ପ୍ରସ୍ତାବିତ ବକ୍ସାଇଟ୍ ଖନନ ପ୍ରକ୍ରିୟାକୁ ନେଇ ରାଜ୍ୟର ଅବସରପ୍ରାପ୍ତ ଅଧ୍ୟାପକ, ଗବେଷକ, ପ୍ରଶାସକ, ପରିବେଶବିତ୍ ଓ ସାମ୍ବାଦିକଙ୍କ ସମେତ ସଚେତନ ନାଗରିକବୃନ୍ଦ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
ଏହି ସନ୍ଦର୍ଭରେ ‘ଓଡ଼ିଶାର ସଚେତନ ନାଗରିକବୃନ୍ଦ’ଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର/ଖୋଲା ଚିଠି ପ୍ରେରଣ କରାଯାଇଛି।
ଦାବିପତ୍ରର ମୁଖ୍ୟ ବିଷୟବସ୍ତୁ:
ପରିବେଶ ଓ ଜୈବବିବିଧତା ପ୍ରତି ବିପଦ: କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରାକୃତିକ ସମ୍ପଦପୂର୍ଣ୍ଣ ଓ ଜୈବବିବିଧତା ଭରା ଗନ୍ଧମାର୍ଦ୍ଦନ, ଦେଓମାଳୀ, ସିଜିମାଳୀ, କୁଟ୍ରୁମାଳୀ, ମାଜିଙ୍ଗମାଳୀ ଏବଂ କୋଡ଼ିଙ୍ଗାମାଳୀ ଭଳି ପାହାଡ଼ଗୁଡ଼ିକରେ ବକ୍ସାଇଟ୍ ଖନନ ଯୋଗୁଁ ସ୍ଥାନୀୟ ଜଙ୍ଗଲ, ଜଳସମ୍ପଦ ଓ ପରିବେଶର ଗୁରୁତର କ୍ଷତି ହେଉଥିବା ଦର୍ଶାଯାଇଛି।
ଜୀବିକା ଓ ସାମାଜିକ ସୁରକ୍ଷା:
ବାଧାପ୍ରାପ୍ତ ଅଞ୍ଚଳର ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ସୁରକ୍ଷା ଏବଂ ସେମାନଙ୍କ ଆତ୍ମସମ୍ମାନ ସଙ୍କଟମୁଖୀ ହେଉଛି।
ଗ୍ରାମସଭା ଓ ନାଗରିକ ଅଧିକାର:
ସ୍ଥାନୀୟ ଗ୍ରାମସଭାଗୁଡ଼ିକୁ ଭୟ, ଚାପ କିମ୍ବା ବଳପ୍ରଯୋଗରୁ ମୁକ୍ତ ରଖି ଲୋକଙ୍କ ନିଜସ୍ୱ ମତପ୍ରକାଶର ଅଧିକାର ପ୍ରଦାନ କରିବାକୁ ଦାବି କରାଯାଇଛି। ବିରୋଧ କରୁଥିବା ନାଗରିକଙ୍କୁ ବେଆଇନ ଗିରଫଦାରୀ କିମ୍ବା ଚାପପ୍ରୟୋଗ କରାଯାଉଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି।
ଖଣିଜ ସମ୍ପଦର ସୀମିତ ବ୍ୟବହାର: କେବଳ ରାଜସ୍ୱ ବୃଦ୍ଧି ଓ କୋର୍ପୋରେଟ୍ ସଂସ୍ଥାଗୁଡ଼ିକର ସ୍ୱାର୍ଥ ପାଇଁ ସର୍ବାଧିକ ହାରରେ ବକ୍ସାଇଟ୍ ଉତ୍ତୋଳନ ନକରି, ଆଗାମୀ ପିଢ଼ି (inter-generational equity) ଓ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରିବାକୁ ନିବେଦନ କରାଯାଇଛି।
ବିକଳ୍ପ ବିକାଶର ଆବଶ୍ୟକତା: ଖଣି ଆଧାରିତ ବିକାଶ ବଦଳରେ ପରିବେଶାନୁକୂଳ, ସାମାଜିକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ବିକାଶ ପ୍ରକ୍ରିୟା ଆପଣାଇବାକୁ ଗୁରୁତ୍ୱ ଦିଆଯାଇଛି।
ନାଗରିକ ମଞ୍ଚ
