ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ୭ ଦିନିଆ ତାଲିମ ଶିବିର
Ganjam (ଗଞ୍ଜାମ)ରିପୋର୍ଟ: ଦୁର୍ଗା ମାଧବ ମହାରଣାAugust 28, 202613 views

ଚିକିଟି, ୨୮/୮: ଚିକିଟି ବ୍ଲକ ନୂଆପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା ସମେତ ବିପର୍ଯ୍ୟୟ ବିପଦ ହ୍ରାସ’ ସମ୍ପର୍କିତ ୭ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି।
ନୂଆପଡ଼ା ସରପଞ୍ଚ ବି. ସନ୍ମୁଖ ରାଓ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି।
ପ୍ରଶିକ୍ଷକ ଭାବେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଶୋକ ରାଉଳ, ଆନନ୍ଦ ଗୋପାଳ ବେହେରା ଓ ଶର୍ମିଷ୍ଠା ସେଠୀ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଶିବିରରେ ମୋଟ ୩୦ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି।
ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷା, ଉଦ୍ଧାର କାର୍ଯ୍ୟକୁ ଅଧିକ ଦକ୍ଷତାର ସହ ପରିଚାଳନା କରିବା ଏବଂ ଆହତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇବା ନେଇ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ବ୍ୟବହାରିକ ଓ ତାତ୍ତ୍ୱିକ ତାଲିମ ଦିଆଯାଉଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ମୁକାବିଲା କ୍ଷମତା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଇଛି।
