--:--:--
-- ---
Srishti News

ଭୁବନ ଖେଳ ଭବନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ଭୁବନ ପ୍ରତିନିଧିAugust 28, 20268 views
ଭୁବନ ଖେଳ ଭବନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଭୁବନ ୨୮.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ( ଖେଳ ଭବନ) ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଭୁବନ ଗୋଷ୍ଠୀ ଶିକ୍ଷାଧିକାରୀ ଆକାଂକ୍ଷିତ। ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହକି ବୀର ଧ୍ୟାନ ଚାନ୍ଦ ଙ୍କ ଜନ୍ମ ଜୟନ୍ତି କୁ ଦେଶ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରି ଆସୁଛି । ଏହି ଅବସରରେ ଅଗଷ୍ଟ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ କ୍ରୀଡା ଦିବସ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।କ୍ରୀଡ଼ା ର ଉନ୍ନତି ଏବଂ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହାକୁ ପାଳନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ପ୍ରଶିକ୍ଷକ ବିଶ୍ୱଜିତ ସାହୁ ଓ ହଳଧର ବେହେରା ଙ୍କ ସମେତ ବହୁ କ୍ରୀଡ଼ା ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ ।