ନାଲକୋ ସିଏସ୍ଆର୍ କେନାଲ ଓ ବ୍ରିଜ୍ ନିର୍ମାଣରେ ଅନିୟମିତତା ଅଭିଯୋଗ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 28, 202669 views

ତାଳଚେର: ଗୋବରା ଗ୍ରାମରେ ନାଲକୋ ସିଏସ୍ଆର୍ ପକ୍ଷରୁ ପ୍ରାୟ ୧୮ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା କେନାଲ ଓ ବ୍ରିଜ୍ ନିର୍ମାଣ କାମକୁ ନେଇ ଅନିୟମିତତା ଓ ନିମ୍ନମାନର କାମ ହେଉଥିବା ଅଭିଯୋଗ ଉଠିଛି। କେନାଲରେ ପାଣି ପ୍ରବାହିତ ହେଉଥିବା ସମୟରେ କାମ କରାଯିବା, ନିର୍ମାଣରେ ପାଉଁଶ ବ୍ୟବହାର ଏବଂ ସୂଚନା ଫଳକ ନଥିବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହାର ନିରପେକ୍ଷ ତଦନ୍ତ ସହ ନିର୍ମାଣର ଗୁଣବତ୍ତା ଯାଞ୍ଚ ପାଇଁ ଦାବି ହୋଇଛି।
ତେବେ ଅଭିଯୋଗକୁ ଖଣ୍ଡନ କରି ସମ୍ପୃକ୍ତ କଣ୍ଟ୍ରାକ୍ଟର କହିଛନ୍ତି ଯେ ସେ ନିୟମ ଅନୁଯାୟୀ କାମ କରୁଛନ୍ତି ଏବଂ ତାଙ୍କୁ ମିଥ୍ୟା ଭାବେ ବଦନାମ କରାଯାଉଛି। ଏନେଇ ନାଲକୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।
