ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ତରଫରୁ ସାମ୍ବାଦିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ସମ୍ମାନୋତ୍ସବ ଅନୁଷ୍ଠିତ
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 28, 202635 views

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM) ଆନୁକୂଲ୍ୟରେ ଡିଜିଟାଲ ମିଡ଼ିଆ ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ଓ ସମ୍ବର୍ଦ୍ଧନା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଡିଜିଟାଲ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ, ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଏବଂ ସମାଜସେବା ପାଇଁ ଶ୍ରୀ ଯଜ୍ଞାଜି କେଶରୀ ମହାନ୍ତି (Sri Jajati Keshari Mohanty) ଙ୍କୁ 'ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ' ପକ୍ଷରୁ ବିଶେଷ ଭାବେ ସମ୍ବର୍ଦ୍ଧିତ ଓ ମାନପତ୍ର ପ୍ରଦାନ କରାଯାଇଛି।
ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ (ODMM)
କାର୍ଯ୍ୟକ୍ରମ:
ଡିଜିଟାଲ ସାମ୍ବାଦିକ ଦକ୍ଷତା ବିକାଶ ଓ ସମ୍ବର୍ଦ୍ଧନା ସଭା
ସମ୍ମାନିତ ବ୍ୟକ୍ତି
: ଶ୍ରୀ ଯଜ୍ଞାଜି କେଶରୀ ମହାନ୍ତି (Sri Jajati Keshari Mohanty)
ଉଦ୍ଦେଶ୍ୟ:
ଡିଜିଟାଲ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ସଂଗଠିତ କରିବା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସମାଜରେ ସାମ୍ବାଦିକତାର ମୂଲ୍ୟବୋଧକୁ ସୁରକ୍ଷିତ ରଖିବା।
ସଂଘର ମୁଖ୍ୟ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏହି ମାନପତ୍ର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗଣମାଧ୍ୟମର ଭବିଷ୍ୟତ, ଡିଜିଟାଲ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଆଲେଚନା ହୋଇଥିଲା।
