--:--:--
-- ---
Srishti News

ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 27, 202662 views
ବାଟାଲିୟନ ସିଆରପିଏଫ୍ କ୍ୟାମ୍ପରେ ନିଆରା ରକ୍ଷା ବନ୍ଧନ ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ
ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ପବିତ୍ର ରକ୍ଷା ବନ୍ଧନ ପର୍ବ ଅବସରରେ ଭାବପୂର୍ଣ୍ଣ ହୋଇଉଠିଲା ଭବାନୀପାଟଣା ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍ କ୍ୟାମ୍ପ। ଏହି ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ନିଜ ଭାଇ ଭାବେ ରାକ୍ଷୀ ବାନ୍ଧିବା ଦୃଶ୍ୟ କ୍ୟାମ୍ପ ପରିସରରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ରାକ୍ଷୀ ବାନ୍ଧିବା ସହ ଭଉଣୀମାନେ ଯବାନଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଅନ୍ୟପକ୍ଷରେ, ଯବାନମାନେ ମଧ୍ୟ ଏହି ସ୍ନେହ ଓ ଆତ୍ମୀୟତାର ଅନୁଭବକୁ ଆନନ୍ଦର ସହ ଗ୍ରହଣ କରିଥିଲେ। ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ପାଇଁ ଏଭଳି ଆୟୋଜନ ରକ୍ଷା ବନ୍ଧନର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି। ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ନିଆରା ଉତ୍ସବ ଉପସ୍ଥିତ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ଛାଡ଼ିଯାଇଥିଲା।