ନିଶାମୁକ୍ତ ଭାରତ ଅଭିଯାନ: ପୁବୁସାହିରେ ଖୋର୍ଦ୍ଧା ମଡେଲ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧାAugust 27, 202620 views

ଖୋର୍ଦ୍ଧା: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଖୋର୍ଦ୍ଧା ମଡେଲ ଥାନା ପକ୍ଷରୁ ପୁବୁସାହିସ୍ଥିତ ନ୍ୟୁ ଷ୍ଟାର +୩ ସାଇନ୍ସ କଲେଜ ଏବଂ ଜଗନ୍ନାଥ ଆଶ୍ରମ ସ୍କୁଲରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଯୋଗଦେଇଥିଲେ। ନିଶାଦ୍ରବ୍ୟ ସେବନର କୁପ୍ରଭାବ, ଏହା ଦ୍ୱାରା ଯୁବପିଢ଼ି ଓ ସମାଜ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା।
ନିଶାଠାରୁ ଦୂରେଇ ରହିବା ସହ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା
