ଏକାଦଶାହ କ୍ରିୟାରେ ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଲେ ବିଜେଡି ଯୁବ ନେତା ବବୁନୀ ଦେଓ
Jajpur (ଯାଜପୁର)ରିପୋର୍ଟର: ଅନିଲ କୁମାର ଜେନା, କଳିଙ୍ଗନଗରAugust 26, 202617 views

ସୁକିନ୍ଦା, ୨୬/୦୮: ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକର ବାରଗଡ଼ିଆ ଗ୍ରାମର ଶ୍ରୀ କୁମାର ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା ଅଞ୍ଜଳୀ ଦାସଙ୍କ ଏକାଦଶାହ କ୍ରିୟାରେ ବିଜେଡି ଯୁବ ନେତା ବବୁନୀ ଦେଓ ଯୋଗଦେଇଥିଲେ।
ଏହି ଅବସରରେ ଶ୍ରୀ ଦେଓ ସ୍ୱର୍ଗତା ଅଞ୍ଜଳୀ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଆଲୋଚନା କରି ଗଭୀର ସମବେଦନା ପ୍ରକାଶ କରିବା ସହ ଏହି ଦୁଃଖଦ ସମୟରେ ପରିବାରକୁ ଧୈର୍ଯ୍ୟ ଓ ସାହସ ମିଳୁ ବୋଲି କାମନା କରିଥିଲେ।
ଏହି ଶୋକସଭାରେ ପରିବାରବର୍ଗ, ସମ୍ପର୍କୀୟ ଓ ଗ୍ରାମବାସୀ ଉପସ୍ଥିତ ରହି ସ୍ୱର୍ଗତା ଅଞ୍ଜଳୀ ଦାସଙ୍କ ସ୍ମୃତିଚାରଣ କରିଥିଲେ।
