--:--:--
-- ---
Srishti News

ରାସ୍ତା ନୁହେଁ, ମରଣଯନ୍ତା! ଖାଲଖମାରେ ଭର୍ତ୍ତି ବରିକୁଳ–ପ୍ରୀତିପୁର ରାସ୍ତା

Jajpur (ଯାଜପୁର)ରିପୋର୍ଟ: ଉଦୟନାଥ ଜେନା, ବିଂଝାରପୁର, ଯାଜପୁରAugust 25, 202645 views
ରାସ୍ତା ନୁହେଁ, ମରଣଯନ୍ତା! ଖାଲଖମାରେ ଭର୍ତ୍ତି ବରିକୁଳ–ପ୍ରୀତିପୁର ରାସ୍ତା
ବିଂଝାରପୁର, ଯାଜପୁର: ରାସ୍ତା ଅଛି, ହେଲେ ଯାତାୟାତ ଯୋଗ୍ୟ ନୁହେଁ। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲଖମା, ବର୍ଷା ହେଲେ ଖାଲରେ ଜମୁଛି ପାଣି। ଫଳରେ ରାସ୍ତା ନା ମରଣଯନ୍ତା—ଏଭଳି ଅବସ୍ଥା ଦେଇ ଗତି କରୁଛି ବରିକୁଳ ଠାରୁ ପ୍ରୀତିପୁର ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତା। ବିଂଝାରପୁର ଅଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଖାଲଖମା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ଦିନେ ଖାଲଗୁଡ଼ିକ ପାଣିରେ ପୂର୍ଣ୍ଣ ହୋଇଯିବାରୁ ଗାଡ଼ି ଚାଳକଙ୍କ ପାଇଁ ଖାଲର ଗଭୀରତା ଅନୁମାନ କରିବା କଷ୍ଟକର ହେଉଛି। ଫଳରେ ଦୁଇଚକିଆ ଓ ଅନ୍ୟାନ୍ୟ ଯାନବାହନ ଦୁର୍ଘଟଣାର ଶିକାର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଯୋଗୁଁ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଭୟ ଓ ଆଶଙ୍କାରେ ରହୁଛନ୍ତି। ବିଶେଷକରି ବର୍ଷା ସମୟରେ ରାସ୍ତା ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଥିବାରୁ ଯାତାୟାତ କରିବା ଏକପ୍ରକାର ଦୁଃସାହସ ପାଲଟିଛି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ—ସରକାର ଲୋକଙ୍କଠାରୁ ନେଉଥିବା ରୋଡ୍‌ ଟ୍ୟାକ୍ସ ଯାଉଛି କୁଆଡ଼େ? ଯଦି ରାସ୍ତା ମରାମତି ଓ ସୁରକ୍ଷିତ ଯାତାୟାତ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କିଏ ନେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ରାସ୍ତାର ତୁରନ୍ତ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅତିଶୀଘ୍ର ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ରାସ୍ତାର ଦୟନୀୟ ଅବସ୍ଥା ପ୍ରତି ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଖାଲଖମା ପୂରଣ ସହ ଆବଶ୍ୟକ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।