MMDR-୨୦୨୬ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧାରେ କଂଗ୍ରେସର ମଶାଲ ଶୋଭାଯାତ୍ରା
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 25, 202653 views

ଖୋର୍ଦ୍ଧା: କେନ୍ଦ୍ର ସରକାର ଆଣିଥିବା MMDR-୨୦୨୬ ଆଇନ ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଗୋଡ଼ି ପୋଖରୀଠାରୁ ଶୋଭାଯାତ୍ରା ବାହାରି ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିଲା।
ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ନେତା ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଖଣି ନୀତିକୁ ବିରୋଧ କରିଥିଲେ। ଏହି ଆଇନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଉପରେ ପ୍ରଭାବ ପଡ଼ିବ ବୋଲି କଂଗ୍ରେସ ଅଭିଯୋଗ କରିଛି।
ଓଡ଼ିଶାର ସ୍ୱାର୍ଥ ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ MMDR-୨୦୨୬ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶୋଭାଯାତ୍ରାରେ ଦାବି କରାଯାଇଥିଲା। ଇଣ୍ଡି ମେଣ୍ଟର ବିଭିନ୍ନ ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ଓଡ଼ିଶାର ସ୍ୱାର୍ଥ ପାଇଁ ଏକଜୁଟ ହୋଇ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ।
