ଖମାର ମାର୍କେଟ୍ରେ ଟ୍ରକ୍ ଧକ୍କାରେ ଦଶମ ଛାତ୍ର ମୃତ, ସୁରକ୍ଷା ବ୍ୟବସ୍ଥା ଦାବିରେ କଂଗ୍ରେସର ଚେତାବନୀ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 2026133 views

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ମାର୍କେଟ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ବଜାର ଦେଇ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏହି ଦୁର୍ଘଟଣାକୁ ନେଇ ପାଲଲହଡ଼ା କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକ କଡ଼ା ନିନ୍ଦା କରିବା ସହ ଭାରୀଯାନ ନିୟନ୍ତ୍ରଣ ପାଇଁ ବାଇପାସ୍ ରାସ୍ତା, ଏଆଇ କ୍ୟାମେରା, ନିର୍ଦ୍ଧାରିତ ସମୟରେ ନୋ-ଏଣ୍ଟ୍ରି, ଦୃଢ଼ ଟ୍ରାଫିକ୍ ବ୍ୟବସ୍ଥା ଓ ସଚେତନତା ଫଳକ ଲଗାଇବା ଦାବି କରିଛନ୍ତି।
ଘଟଣାସ୍ଥଳରେ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ ସାହୁ ଓ ଏସ୍ସି ସେଲ୍ ସଭାପତି ସୌରଭ ବେହେରା ପହଞ୍ଚି ପ୍ରଶାସନ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ଦାବିଗୁଡ଼ିକ ପୂରଣ ନହେଲେ କଂଗ୍ରେସ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସୁବ୍ରତ ଗଡ଼ନାୟକ ଚେତାବନୀ ଦେଇଛନ୍ତି।
