--:--:--
-- ---
Srishti News

ଜିଲ୍ଲା ପରିଷଦ ବୈଠକରେ ତାଳଚେର ବିକାଶ ପ୍ରସଙ୍ଗ ଉଠାଇଲେ ବିଧାୟକ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202688 views
ଜିଲ୍ଲା ପରିଷଦ ବୈଠକରେ ତାଳଚେର ବିକାଶ ପ୍ରସଙ୍ଗ ଉଠାଇଲେ ବିଧାୟକ
ଅନୁଗୋଳ: ଅନୁଗୋଳ ଜିଲ୍ଲା ପରିଷଦ କକ୍ଷରେ ୬୨ତମ ଜିଲ୍ଲା ପରିଷଦ ବୈଠକ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଭିନ୍ନ ବିଧାନସଭାର ବିଧାୟକ, ଜିଲ୍ଲାପାଳ ଅବ୍ଦାଲ ଏମ୍. ଅଖତର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ତାଳଚେର ନିର୍ବାଚନମଣ୍ଡଳୀ ସମେତ ଅନୁଗୋଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ବିଶେଷକରି ଦୈନନ୍ଦିନ ଜନସମସ୍ୟାର ତୁରନ୍ତ ସମାଧାନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଧାର, ରାସ୍ତା ନିର୍ମାଣ ଓ ମରାମତି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ଗୁରୁତ୍ୱ ଦେଇଥିଲେ।