--:--:--
-- ---
Srishti News

ସାଇବର ଅପରାଧରୁ ସୁରକ୍ଷା ପାଇଁ ସଚେତନତା: ଖଇରାରେ ପୋଲିସର ଜନଜାଗରଣ କାର୍ଯ୍ୟକ୍ରମ

Nuapada (ନୂଆପଡ଼ା)ରିପୋର୍ଟ: କଶ୍ୟପ ଜଗତ, ବୋଡେ଼ନAugust 25, 202648 views
ସାଇବର ଅପରାଧରୁ ସୁରକ୍ଷା ପାଇଁ ସଚେତନତା: ଖଇରାରେ ପୋଲିସର ଜନଜାଗରଣ କାର୍ଯ୍ୟକ୍ରମ
ବୋଡେନ, ୨୫/୦୮: ଡିଜିଟାଲ ଯୁଗରେ ବଢ଼ିଚାଲିଥିବା ସାଇବର ଅପରାଧକୁ ରୋକିବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଅନଲାଇନ୍ ଠକେଇରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବୋଡେନ ଥାନା ପକ୍ଷରୁ ଖଇରାସ୍ଥିତ ସରକାରୀ ଜନଶକ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସାଇବର କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରିନ୍ସିପାଲ ସହଦେବ ହରପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମଝିଆ ମାଝୀ, ମଙ୍ଗଳ ସିଂ ମାଝୀ, ମହେନ୍ଦ୍ର ବାଗ, ଜଗତରାମ ଦଣ୍ଡସେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବୋଡେନ ଥାନାର ଥାନା ଅଧିକାରୀ ଧର୍ମେନ୍ଦ୍ର ଭୋଇ ଓ କ୍ଷୀରସିନ୍ଧୁ ମାଝୀଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅନ୍ତ ରାମ ମେହେର ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସାଇବର ଠକେଇର ବିଭିନ୍ନ ଉପାୟ, ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନକରିବା, ଓଟିପି, ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୁପ୍ତ ତଥ୍ୟ କାହା ସହିତ ଶେୟାର ନକରିବା ଏବଂ ସନ୍ଦେହଜନକ ଫୋନ୍‌ କଲ୍‌ ଓ ମେସେଜ୍‌ରୁ ସତର୍କ ରହିବା ନେଇ ସଚେତନ କରାଯାଇଥିଲା। ସାଇବର ଅପରାଧର ଶିକାର ହେଲେ ତୁରନ୍ତ ଆଇନଗତ ସହାୟତା ନେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ଡିଜିଟାଲ ମାଧ୍ୟମ ବ୍ୟବହାର ସମୟରେ କିପରି ସତର୍କ ରହିବେ ଏବଂ ସାଇବର ଅପରାଧୀଙ୍କ ଠକେଇରୁ ନିଜକୁ ଓ ପରିବାରକୁ କିପରି ସୁରକ୍ଷିତ ରଖିବେ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପୁଷ୍ପା ମାଝୀ ସୁନ୍ଦର ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟ ଓ ବୋଡେନ ଥାନାର ଏହି ମିଳିତ ପ୍ରୟାସକୁ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ସ୍ୱାଗତ କରିଥିଲେ। ସୌଜନ୍ୟ: ମହେନ୍ଦ୍ର