ପ୍ରଶାସନ ଶୁଣିଲାନି, ଗାଁ ଲୋକେ ନିଜେ ନଳକୂପ ମରାମତି କଲେ
Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳAugust 25, 202612 views

ଭୁବନ ୨୫.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଞ୍ଚାୟତ ର ମଠଖୋକସା ଗ୍ରାମରେ ଦୀର୍ଘଦିନ ହେଲା ନଳକୂପ ଅଚଳ ହୋଇ ପଡ଼ିଥିଲା । ଫଳରେ ଲୋକମାନେ ଅସୁବିଧା ଭୋଗୁଥିଲେ । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଅଚଳ ନଳକୂପ କୁ ସଚଳ କରାଯାଇ ନଥିଲା । ଫଳରେ ଗାଁ ଲୋକେ ନିଜେ ସଜାଡିବାର ଦାୟିତ୍ୱ ନେଇଥିଲେ । ଆଇ ଟି ଆଇ ଫିଟର ରାଜ କିଶୋର ସାହୁ ଙ୍କ ସମେତ ରାଜେଶ ନାୟକ ଓ ଶ୍ରୀକାନ୍ତ ମିଶ୍ର ଙ୍କ ସହଯୋଗରେ ନଳକୂପ ସଚଳ ହୋଇଥିଲା । ଏଥିପାଇଁ ଗ୍ରାମବାସୀ ମାନେ ଉପରୋକ୍ତ ଯୁବକ ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।
