ପ୍ରଶାସନିକ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତ ପୂର୍ବରୁ ଧବଳେଶ୍ୱର ମନ୍ଦିର ଓ AAC ସ୍ଥଳ ପରିଦର୍ଶନ
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିAugust 25, 20267 views

ଆସନ୍ତା ଅଗଷ୍ଟ ୨୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି।
ଆଜି ଧବଳେଶ୍ୱର ମନ୍ଦିର ପରିସର ଏବଂ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ (AAC) କଲେଜ୍ ପରିସରରେ ପ୍ରତ୍ୟକ୍ଷ ସ୍ଥଳ ପରିଦର୍ଶନ କରାଯାଇ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ହେଲିପ୍ୟାଡ୍ ନିର୍ମାଣ, କଡ଼ା ସୁରକ୍ଷା ବ୍ୟବସ୍ଥା, ସାଧାରଣ ଯାତାୟାତ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତିକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାର ସମସ୍ତ ପ୍ରଶାସନିକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ କାର୍ଯ୍ୟ ଜାରି ରହିଛି।
