--:--:--
-- ---
Srishti News

ଦଶାହ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202646 views
ଦଶାହ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର ଲଙ୍ଗୁଳିଆବେଡା ଗ୍ରାମର ଅଜୟ ସାହୁଙ୍କ ଦଶାହ କାର୍ଯ୍ୟ ନିମନ୍ତେ ସହଯୋଗର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ଅଭିମନ୍ୟୁ ସାହୁ। ଅଜୟଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ଜାଣିବା ପରେ ଅଭିମନ୍ୟୁ ସାହୁ ମାନବିକତାର ପରିଚୟ ଦେଇ ଦଶାହ କାର୍ଯ୍ୟ ପାଇଁ ଡାଲି, ଚାଉଳ ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତାଙ୍କର ଏହି ମାନବିକ ପଦକ୍ଷେପ ପରିବାରକୁ ଦୁଃଖଦ ସମୟରେ କିଛିଟା ଆଶ୍ୱାସନ ଦେଇଛି। ସମାଜସେବୀ ଅଭିମନ୍ୟୁ ସାହୁଙ୍କ ଏଭଳି ବଦାନ୍ୟତା ଓ ସହଯୋଗ ପାଇଁ ଗ୍ରାମବାସୀ ତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।