ମହମ୍ମଦଙ୍କ ଜନ୍ମଦିନ ଅବସରରେ ଧାମନଗରରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 25, 202626 views

ଧାମନଗର: ମହମ୍ମଦଙ୍କ ଜନ୍ମଦିନ ଅବସରରେ ଧାମନଗର ଥାନା ପକ୍ଷରୁ ଆଜି ଏକ ଭବ୍ୟ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରିବା ସହିତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଉଦ୍ଦେଶ୍ୟରେ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା।
ଏହି ଫ୍ଲାଗ୍ ମାର୍ଚ୍ଚରେ ଧାମନଗର ଥାନା ସମେତ ବିଭିନ୍ନ ଥାନାରୁ ଆସିଥିବା ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ। ଧାମନଗର ଥାନାର IICଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଏକାଠି ହୋଇ ଧାମନଗର ସହରର ପ୍ରମୁଖ ରାସ୍ତା ଓ ସମଗ୍ର ବଜାର ଅଞ୍ଚଳ ପରିକ୍ରମା କରିଥିଲେ।
ଫ୍ଲାଗ୍ ମାର୍ଚ୍ଚ ସମୟରେ ପୋଲିସ କର୍ମଚାରୀମାନେ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ସହିତ ସମସ୍ତଙ୍କୁ ଭାଇଚାରାର ସହିତ ପର୍ବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ସହରରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି।
ଧାମନଗର ବଜାର ଦେଇ ଏହି ଫ୍ଲାଗ୍ ମାର୍ଚ୍ଚ ଯିବା ସମୟରେ ସାଧାରଣ ଲୋକଙ୍କ ମଧ୍ୟରେ ପୋଲିସର ଉପସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ନେଇ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚିଥିଲା। ଶାନ୍ତିପୂର୍ଣ୍ଣ ଭାବେ ମହମ୍ମଦଙ୍କ ଜନ୍ମଦିନ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।
