--:--:--
-- ---
Srishti News

ଏସ୍‌ଡିପିଓ ସୁକାନ୍ତ ପାତ୍ରଙ୍କ ନୂତନ ଟିମ୍‌କୁ ସ୍ୱାଗତ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ାAugust 25, 202648 views
ଏସ୍‌ଡିପିଓ ସୁକାନ୍ତ ପାତ୍ରଙ୍କ ନୂତନ ଟିମ୍‌କୁ ସ୍ୱାଗତ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ଭାବେ ସୁକାନ୍ତ ପାତ୍ରଙ୍କ ନୂତନ ଦାୟିତ୍ୱ ଗ୍ରହଣ ପରେ ତାଙ୍କ ସହିତ ଥିବା ସମସ୍ତ ପୋଲିସ ଅଧିକାରୀ ଓ ଟିମ୍‌କୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଯାଇଛି। ଏହି ଅବସରରେ ଗ୍ରାମାଞ୍ଚଳ ଥାନା ଅଧିକାରୀ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ, ରାଜନଗର ଥାନା ଅଧିକାରୀ, ତାଳଚୁଆ ଥାନା ଅଧିକାରୀଙ୍କ ସମେତ ଏସ୍‌ଡିପିଓଙ୍କ ସମଗ୍ର ଟିମ୍‌ ଉପସ୍ଥିତ ଥିଲେ। ନୂତନ ଟିମ୍‌ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ସହ ସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ସର୍ବଦଳୀୟ ଜନପ୍ରତିନିଧି, ସାଧାରଣ ଜନତା, ବୁଦ୍ଧିଜୀବୀ, ବଜାର କମିଟି, ସାମ୍ବାଦିକ, ଯୁବକ, ଛାତ୍ରଛାତ୍ରୀ, ମହିଳା ଓ ଶିଶୁମାନଙ୍କ ନ୍ୟାୟ ଓ ସୁରକ୍ଷା ପ୍ରତି ପୋଲିସ ପ୍ରଶାସନ ସମ୍ବେଦନଶୀଳ ରହିବ ବୋଲି ଆଶା କରାଯାଇଛି। ଏହା ସହିତ ପୋଲିସ ତଦନ୍ତରେ ନିରପେକ୍ଷତା, ସ୍ୱଚ୍ଛତା ଓ ଆଇନର ସଠିକ୍ ପ୍ରୟୋଗକୁ ପ୍ରାଥମିକତା ଦେବା ପାଇଁ ମତ ପ୍ରକାଶ ପାଇଛି। ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଅନାବଶ୍ୟକ ହଇରାଣ କିମ୍ବା ମାନସିକ ନିର୍ଯାତନା ନଦେଇ ପ୍ରତ୍ୟେକ ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରୁ ମତ ପ୍ରକାଶ ପାଇଛି। ଅଞ୍ଚଳରେ ପ୍ରକୃତ ନ୍ୟାୟ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଧିକାରୀଙ୍କୁ ସମସ୍ତେ ସହଯୋଗ କରିବା ସହ ସ୍ଥାନୀୟ ପୋଲିସ ଅଧିକାରୀମାନଙ୍କ ସହିତ ମଧ୍ୟ ସହଯୋଗର ମନୋଭାବ ରଖିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି।