--:--:--
-- ---
Srishti News

ଜେସିଆଇ ପକ୍ଷରୁ ବନ୍ୟାପ୍ରଭାବିତ ଅଞ୍ଚଳକୁ ୫ ଟ୍ରିପ୍ ରିଲିଫ୍ ସାମଗ୍ରୀ ପଠାଗଲା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202637 views
ଜେସିଆଇ ପକ୍ଷରୁ ବନ୍ୟାପ୍ରଭାବିତ ଅଞ୍ଚଳକୁ ୫ ଟ୍ରିପ୍ ରିଲିଫ୍ ସାମଗ୍ରୀ ପଠାଗଲା
ତାଳଚେର: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀନାଳ ପୂର୍ଣ୍ଣ ହେବା ସହ ଗାଁ ଓ ରାସ୍ତାଘାଟରେ ପାଣି ପଶି ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ପରିବାର ଘର ଛାଡ଼ି ରାସ୍ତାକଡ଼ରେ ପାଲ ଟାଣି କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ଏହି ପରିସ୍ଥିତିରେ ମାନବିକତାର ହାତ ବଢ଼ାଇଛି ତାଳଚେର ଜେସିଆଇ। ଜେସିଆଇ ପକ୍ଷରୁ ଭଦ୍ରକ ଜିଲ୍ଲାର ବନ୍ୟାପ୍ରଭାବିତ ଲୋକଙ୍କ ପାଇଁ ୫ ଟ୍ରିପ୍ ରିଲିଫ୍ ସାମଗ୍ରୀ ପଠାଯାଇଛି। ଏହି ରିଲିଫ୍ ବୋଝେଇ ଟ୍ରକ୍‌ଗୁଡ଼ିକୁ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏହି ମହତ୍ କାର୍ଯ୍ୟ ପାଇଁ ମଦନମୋହନ ଧର୍ମଶାଳା ଓ ତାଳଚେର ଜେସିଆଇର ଉଦ୍ୟମକୁ ସାଧୁବାଦ ଓ କୃତଜ୍ଞତା ଜଣାଯାଇଛି।