--:--:--
-- ---
Srishti News

ଗୋଷ୍ଠୀ କେନ୍ଦ୍ର ନିର୍ମାଣର ଶୁଭାରମ୍ଭ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 25, 202662 views
ଗୋଷ୍ଠୀ କେନ୍ଦ୍ର ନିର୍ମାଣର ଶୁଭାରମ୍ଭ
ବଅଁରପାଳ: ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ସାକସିଂହା କାଳୀ ମନ୍ଦିର ପରିସରରେ ନୂତନ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଭିତ୍ତିପ୍ରସ୍ତର ସ୍ଥାପନ କରି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହେବା ପରେ ସ୍ଥାନୀୟ ଲୋକମାନେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସାମୂହିକ କାର୍ଯ୍ୟକ୍ରମ ସହଜରେ ଆୟୋଜନ କରିପାରିବେ। ଏହା ଅଞ୍ଚଳବାସୀଙ୍କ ମଧ୍ୟରେ ସାମୂହିକ ଏକତା ଓ ସାମାଜିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି। ଦୀର୍ଘଦିନର ଏହି ଆବଶ୍ୟକତା ପୂରଣ ହେବାକୁ ଥିବାରୁ ସ୍ଥାନୀୟ ମହଲରେ ଖୁସି ପ୍ରକାଶ ପାଇଛି। ଗୋଷ୍ଠୀ କେନ୍ଦ୍ରଟି ଅଞ୍ଚଳର ସାମୂହିକ କାର୍ଯ୍ୟକଳାପ ପାଇଁ ଏକ ଉପଯୋଗୀ କେନ୍ଦ୍ର ଭାବେ ପରିଣତ ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି।