--:--:--
-- ---
Srishti News

ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କୁ ହିନ୍ଦୁ ସୁରକ୍ଷା ବାହିନୀର ସେବା

Balasore (ବାଲେଶ୍ୱର)ରିପୋର୍ଟ: ଶ୍ରୀ ପ୍ରଭାତ କୁମାର ବାରିକ, ବାଲେଶ୍ୱରAugust 24, 202619 views
ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆଙ୍କୁ ହିନ୍ଦୁ ସୁରକ୍ଷା ବାହିନୀର ସେବା
ଭୁବନେଶ୍ୱର, ୨୩/୦୮: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆ ଓ ଭକ୍ତମାନଙ୍କ ସେବା ଉଦ୍ଦେଶ୍ୟରେ ହିନ୍ଦୁ ସୁରକ୍ଷା ବାହିନୀ ପକ୍ଷରୁ ଶୁଖିଲା ଖାଦ୍ୟ, ଚା ଓ ପାଣି ବଣ୍ଟନ କରାଯାଇଥିଲା। ରବିବାର ରାତି ୧୦ଟାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ସେବା କାର୍ଯ୍ୟ ଚାଲିଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ବର୍ଷାରେ ଭିଜି କାଉଡ଼ିଆ ଓ ଭକ୍ତମାନଙ୍କୁ ବିସ୍କୁଟ, ଚା ଓ ପାଣି ପ୍ରଦାନ କରିଥିଲେ। ରାତି ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଲଗାତାର ବର୍ଷା ମଧ୍ୟରେ ମଧ୍ୟ ସେବା କାର୍ଯ୍ୟ ଜାରି ରହିଥିଲା। ଏହି ଅବସରରେ ସଂଗଠନର ସଭାପତି ପ୍ରଦୀପ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ନାୟକ, ସମ୍ପାଦକ ପ୍ରଭାତ କୁମାର ବାରିକ, ଭୁବନେଶ୍ୱର ଜିଲ୍ଲା ଉପସଭାପତି ସୁଦର୍ଶନ ମହାରଣା, ଘନଶ୍ୟାମ ବେହେରା, ଜିଲ୍ଲା ସମ୍ପାଦକ ଅଶୋକ କୁମାର ସାହୁ, ନାରାୟଣ ସାହୁ, ରାଜ୍ୟ କୋଷାଧ୍ୟକ୍ଷ ରୋହିତ ନାୟକ, ଉପଦେଷ୍ଟା ସରୋଜ ମିଶ୍ର, ଅକ୍ଷୟ ଜେଠୀ, ଅଳକା ପ୍ରିୟଦର୍ଶିନୀ, ହଳଧର ରାୟଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବର୍ଷାକୁ ଖାତିର ନକରି ଭକ୍ତମାନଙ୍କ ପାଇଁ ଏଭଳି ସେବା କାର୍ଯ୍ୟ କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଇଛି। ଏଭଳି ଧାର୍ମିକ ସେବା କାର୍ଯ୍ୟ ସମାଜରେ ସେବା, ଧର୍ମବିଶ୍ୱାସ ଓ ଅହିଂସାର ବାର୍ତ୍ତା ପ୍ରସାରରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।