--:--:--
-- ---
Srishti News

ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ,୪ ଗିରଫ : ମାରଣାସ୍ତ୍ର ଓ ତାଲା ଭାଙ୍ଗିବା ସାମଗ୍ରୀ ଜବତ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର -- କୈଳାଶ ଚନ୍ଦ୍ର ବଳAugust 24, 202653 views
ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ,୪ ଗିରଫ : ମାରଣାସ୍ତ୍ର ଓ ତାଲା ଭାଙ୍ଗିବା ସାମଗ୍ରୀ ଜବତ
ପଟ୍ଟାମୁଣ୍ଡାଇ, ୨୪/୦୮: ଡକାୟତି ଯୋଜନା କରୁଥିବା ବେଳେ ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଦୋକାନ ଓ ଘରର ତାଲା ଭାଙ୍ଗିବା ପାଇଁ ବ୍ୟବହୃତ କିଛି ଯନ୍ତ୍ରପାତି ଜବତ କରାଯାଇଛି। ସୂଚନା ଅନୁଯାୟୀ, ୨୨ ତାରିଖ ରାତି ପ୍ରାୟ ୨ଟା ସମୟରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ତାତନା ପାର୍କ ନିକଟରେ କିଛି ଯୁବକ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ନେଇ ପଟ୍ଟାମୁଣ୍ଡାଇ ମଡେଲ ଥାନା ପୋଲିସକୁ ସୂଚନା ମିଳିଥିଲା। ଆଇଆଇସି ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍‌ ତୁରନ୍ତ ସେଠାରେ ଚଢ଼ାଉ କରି ୪ ଜଣଙ୍କୁ କାବୁ କରିଥିଲା। ପୋଲିସର ପଚରାଉଚରା ବେଳେ ଗିରଫ ବ୍ୟକ୍ତିମାନେ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରିଥିବା ଜଣାପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ବ୍ୟକ୍ତିମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ପଟ୍ଟାମୁଣ୍ଡାଇ ମଡେଲ ପୋଲିସ ଗିରଫ ୪ ଜଣଙ୍କୁ ଆଜି ପଟ୍ଟାମୁଣ୍ଡାଇ କୋର୍ଟକୁ ଫରୱାର୍ଡ କରିଛି। ଡକାୟତି ଘଟିବା ପୂର୍ବରୁ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ପୋଲିସର ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପଟ୍ଟାମୁଣ୍ଡାଇ ମଡେଲ ଥାନା ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଓ ପୋଲିସ ଟିମ୍‌କୁ ପ୍ରଶଂସା କରିଛନ୍ତି।