--:--:--
-- ---
Srishti News

ଧୋକୁଟାର ଦୁଃଖୀ ମା’ଙ୍କ ପାଖରେ ଲୁଲୁ ସେନା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 24, 202692 views
ଧୋକୁଟାର ଦୁଃଖୀ ମା’ଙ୍କ ପାଖରେ ଲୁଲୁ ସେନା
ଅନୁଗୋଳ: ଅନୁଗୋଳ ଜିଲ୍ଲା ଧୋକୁଟା ଗ୍ରାମର ବିକାଶ ଭୋଇ କିଛି ଦିନ ତଳେ ବୋଲବମ୍ ଯାଉଥିବା ସମୟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା। ବିକାଶଙ୍କ ଅକାଳ ମୃତ୍ୟୁରେ ପରିବାର ସହ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ବିକାଶ ପରିବାରର ଏକମାତ୍ର ପୁଅ ଥିବାବେଳେ ତାଙ୍କ ବାପାଙ୍କ ମଧ୍ୟ ଇତିମଧ୍ୟରେ ଦେହାନ୍ତ ହୋଇସାରିଛି। ଏକମାତ୍ର ପୁଅକୁ ହରାଇ ତାଙ୍କ ମା’ ଏବେ ଏକା ହୋଇପଡ଼ିଛନ୍ତି। ଘଟଣା ସମ୍ପର୍କରେ ଧୋକୁଟା ଗ୍ରାମର ଯୁବକମାନେ ଲୁଲୁ ସେନାକୁ ଜଣାଇବା ପରେ, ଲୁଲୁ ସେନାର ଟିମ୍ ବିକାଶଙ୍କ ପରିବାର ନିକଟରେ ପହଞ୍ଚି ଶୋକସନ୍ତପ୍ତ ମା’ଙ୍କୁ ସାନ୍ତ୍ୱନା ଦେଇଥିଲେ। ଏଥିସହିତ ତାଙ୍କ ସାମର୍ଥ୍ୟ ଅନୁଯାୟୀ ପରିବାରକୁ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ଦୁଃଖର ଏଭଳି ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇବାକୁ ମାନବିକତାର ଉଦାହରଣ ବୋଲି କୁହାଯାଇଛି। ଆଗାମୀ ଦିନରେ ମଧ୍ୟ ଗରିବ, ଦୁଃଖୀ ଓ ଅସହାୟଙ୍କ ପାଖରେ ରହି ସେବା ଜାରି ରଖିବାକୁ ଲୁଲୁ ସେନା ପକ୍ଷରୁ କୁହାଯାଇଛି।