ଚାନ୍ଦପୁର ହୋଟେଲ ରୁ ବିଦେଶୀ ମଦ ଜବତ, ୨ ଅଟକ
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାAugust 24, 202627 views

ଗତ ରାତି ୭ ଘଣ୍ଟା ସମୟ ରେ ନୂଆପଡା ଫାଣ୍ଡି ଚାନ୍ଦପୁର ବଜାର ରେ ରହିଥିବା ହୋଟେଲ ଏବଂ ଫାଷ୍ଟ ଫୁଡ ଦୋକାନ ଉପରେ କେ. ନୂଆଗାଁ ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି l ଏ ସମ୍ପର୍କ ରେ ଦୁଇ ଜଣଙ୍କୁ କେ. ଥାନା ରେ ଅଟକ ରଖାଯାଇ ପଚରା ଉଚରା କରାଯାଉଥିବା ପୁଲିସ କହିଛି lଆଗରୁ ମଧ୍ୟ ଏ ନେଇ ଅଭିଯୋଗ ହେଉଥିଲା l ଅବକାରୀ ଧରପଗଡରେ ଖସି ଯାଉଥିଲେ ବେପାରୀ l ଏହି ବେଆଇନ ମଦ ବେପାର ର ଚେର ନୂଆପଡା, ଚାନ୍ଦପୁର, ଲାଲମେଣ୍ଟା ତଥା ଦିଗପହଣ୍ଡି ବ୍ଲକ ର ଗୌଡ଼ଗାଁ, ଭ୍ରମରପୁର, ଟିକରପଡା ଆଦି ପଂଚାୟତ ର ଅନେକ ଗ୍ରାମ କୁ ବ୍ୟାପିଯାଇଥିଲା l ଫଳ ରେ ନାବାଳକ ଯୁବକ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ଆସିଲେ ବି କେହି ଭ୍ରୁକ୍ଷେପ କରୁ ନଥିଲେ l କେ. ନୂଆଗାଁ ଥାନାକୁ ନୂଆ କରି ଆସିଥିବା ଥାନା ଅଧିକାରୀ ବିଶ୍ୱଜିତ ନାୟକ ଙ୍କ ଟିମ ଆଜି ଚାନ୍ଦପୁର ବଜାର ରେ ବେଆଇନ ମଦ ବିକୁଥିବା ଫାଷ୍ଟ ଫୁଡ ଦୋକାନ ରେ ଚଢ଼ାଉ କରିବା ଫଳ ରେ ସାଧାରଣ ଜନତା ଆଶ୍ବସ୍ତି ହୋଇଛନ୍ତି l
