--:--:--
-- ---
Srishti News

କୋଠଘରେ ଚୋରା ମଦ ଓ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

Ganjam (ଗଞ୍ଜାମ)ଦୂର୍ଗା ମାଧବAugust 24, 202630 views
କୋଠଘରେ ଚୋରା ମଦ ଓ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ
ପାତ୍ରପୁର ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି ଓ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଜରଡା ଥାନା ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ଗୁରୁଡ଼ା (କୁମ୍ଭାରଢିଅ) ଗାଁରେ ଚଢ଼ାଉ ସମୟରେ ୧୩,୭୦୦ ଲିଟର ପୋଚ ଓ ୧,୪୦୦ ଲିଟର ଚୋରା ଦେଶୀ ରନ୍ଧା ମଦ ନଷ୍ଟ କରାଯିବା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାକୁ ନେଇ ରବିବାର ଜରଡାଠାରେ ଚିକିଟି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ଚିକିଟି ବିଜେଡିର ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ଘଟଣାରେ ପୁଲିସ ଓ ପ୍ରଶାସନର ଭୂମିକା ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଅଭିଯୋଗ ରହିଛି। ଆନ୍ଧ୍ର ପୁଲିସର ଚାପ ପରେ ଧରପଗଡ଼ ହୋଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଅନୁଦାନପ୍ରାପ୍ତ କୋଠଘରେ ଏତେ ପରିମାଣର ପୋଚ ଓ ଚୋରା ମଦ ରଖାଯାଇଥିବା ସତ୍ତ୍ୱେ ପୁଲିସ ଓ ପ୍ରଶାସନ ପୂର୍ବରୁ କିପରି ଅବଗତ ହୋଇପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଦେଶୀ ବନ୍ଧୁକ ଜବତ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛି। ତେବେ ଏତେ ବିପୁଳ ପରିମାଣର ମଦ ପ୍ରସ୍ତୁତି ଓ ଚାଲାଣ ପଛରେ କେବଳ ଜଣେ ବ୍ୟକ୍ତି ଥିଲେ କି ବୋଲି ଶ୍ରୀରୂପ ଦେଓ ପ୍ରଶ୍ନ କରିଛନ୍ତି। ଏହି କାରବାର ପଛରେ ଥିବା ସମସ୍ତ ଅଭିଯୁକ୍ତଙ୍କ ସହ ମୁଖ୍ୟ ଆସାମୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଗିରଫ କରିବାକୁ ସେ ଦାବି କରିଛନ୍ତି। ଘଟଣାରେ କୌଣସି ରାଜନୈତିକ ହସ୍ତକ୍ଷେପ ରହିଛି କି ନାହିଁ, ତାହାର ମଧ୍ୟ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ବିଜେଡି ପକ୍ଷରୁ ଦାବୀ କରାଯାଇଛି