--:--:--
-- ---
Srishti News

ତାଳଚେରରେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍‌ର ଦକ୍ଷତା ଶିବିର

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 24, 202659 views
ତାଳଚେରରେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍‌ର ଦକ୍ଷତା ଶିବିର
ତାଳଚେର: ତାଳଚେର ଦେଉଳବେଡା କୋଲିୟରୀ ଗ୍ରୀନ୍ ଗ୍ରାସ୍‌ସ୍ଥିତ ଡିସିଆଇ କ୍ଲବ୍‌ ପରିସରରେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍‌, ଅନୁଗୋଳ ପକ୍ଷରୁ ୨ୟ ବ୍ଲାକ୍ ବେଲ୍ଟ, ରେଫରି-ଇନ୍‌ଷ୍ଟ୍ରକ୍ଟର ଓ ୧୩ତମ କଲର ବେଲ୍ଟ ଦକ୍ଷତା ଶିବିର ଅଗଷ୍ଟ ୨୨ ଓ ୨୩ରେ ଅନୁଷ୍ଠିତ ହୋଇଛି। ଦକ୍ଷିଣ କୋରିଆରୁ ଆସିଥିବା ଗ୍ରାଣ୍ଡମାଷ୍ଟର ସିଓଙ୍ଗ କୁକୁ ଜିଓଙ୍ଗଙ୍କ ନିରୀକ୍ଷଣ ଓ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରୀକ୍ଷା ଓ ମୂଲ୍ୟାୟନ କରାଯାଇଥିଲା। ଏଥିରେ ୨୨ ଜଣ ବ୍ଲାକ୍ ବେଲ୍ଟ ଓ ୮୦ ଜଣ କଲର ବେଲ୍ଟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଯୋଗ୍ୟତା ପ୍ରମାଣପତ୍ର ଦିଆଯାଇଥିଲା। ସଂଘର ସଭାପତି ପେସ୍କାର ଗଡ଼ନାୟକଙ୍କ ସମେତ କର୍ମକର୍ତ୍ତା ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ସମ୍ପାଦକ ଯୋଗେନ୍ଦ୍ର ସାର୍‌ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଶିବିର ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ କ୍ରୀଡ଼ା ମନୋଭାବ ବିକାଶରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।