ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର: ଜୟପାଟଣା ବ୍ଲକ ମତୁଆଲଗୁଡ଼ାରେ ଦୁର୍ଦ୍ଦଶା; ପଲିଥିନ୍ ଓ ଆବାସ ଘର ପାଇଁ ସରକାରଙ୍କୁ ଅନୁରୋଧ
Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡAugust 23, 202646 views

ଜୟପାଟଣା, ୨୩/୦୮: ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର। ଅଳ୍ପକେ ବର୍ତ୍ତିଗଲେ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ପଞ୍ଚାୟତର ମତୁଆଲଗୁଡ଼ା ଗ୍ରାମରେ।
ସୂଚନା ଅନୁସାରେ, ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମତୁଆଲଗୁଡ଼ା ଗ୍ରାମର ସୁରେଶ ପଟେଲଙ୍କ ଘର ଭୁଶୁଡ଼ି ପଡ଼ିଛି। ଘରେ ପରିବାରର ୬ ଜଣ ସଦସ୍ୟ ରହୁଥିବା ବେଳେ ଘର ଭାଙ୍ଗିବା ସମୟରେ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ଘର ଭୁଶୁଡ଼ି ପଡ଼ିବା ପରେ ପରିବାରଟି ଏବେ ଅସୁବିଧାରେ ଦିନ କାଟୁଛି। ବର୍ଷାରୁ ରକ୍ଷା ପାଇଁ ତୁରନ୍ତ ପଲିଥିନ୍ ଯୋଗାଇଦେବା ସହ ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ସୁରେଶ ପଟେଲ ସରକାରଙ୍କୁ ଅନୁରୋଧ କରିଛନ୍ତି।
ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଅସହାୟ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

