ବଡ଼ଖଳିରେ ବନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 23, 202680 views

ବଅଁରପାଳ: ଗଡ଼ସନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ଖଳି ଗ୍ରାମରେ ତାଳଚେର ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ଏକ ବନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବଡ଼ଖଳି ଗ୍ରାମରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ ନେଇ ଆଲୋଚନା କରାଯାଇଥିଲା। ଏଥିସହ ବନାଞ୍ଚଳ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନା ଓ ଏହାର ସୁଫଳ କିପରି ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବ, ସେନେଇ ଆଲୋଚନା ହୋଇଥିଲା।
ସଭାରେ ଗ୍ରାମର ଏସ୍ଏଚ୍ଜି ମହିଳା, ବରିଷ୍ଠ ନାଗରିକ ଓ ଯୁବକମାନେ ଉପସ୍ଥିତ ରହି ବନ ସୁରକ୍ଷା ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନାରେ ସାମିଲ ହୋଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
