ବେଗୁନିଆର ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ: ଅବହେଳାର ଶିକାର
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର,ଖୋଦ୍ଧାAugust 23, 2026103 views

ଖୋର୍ଦ୍ଧା-ଐତିହ୍ୟବେଗୁନିଆର ଗୌରବ ଓ ଶିକ୍ଷାର ଏକ ପୁରାତନ ପରିଚୟ—ସରକାରୀ ଉଚ୍ଚ ବିଦ୍ୟାଳୟ। ଦିନେ ଯେଉଁ ଶିକ୍ଷାନୁଷ୍ଠାନ ଅଞ୍ଚଳର ଅନେକ ପିଢ଼ିକୁ ଶିକ୍ଷାର ଆଲୋକ ଦେଇଛି, ଆଜି ସେହି ବିଦ୍ୟାଳୟର ଅବସ୍ଥା ଅନେକ ପ୍ରଶ୍ନ ଉଠାଇଛି।ବିଦ୍ୟାଳୟର ଭିତ୍ତିଭୂମି ଓ ଆବଶ୍ୟକ ସୁବିଧାର ଅଭାବ ଯଦି ରହିଛି, ତେବେ ଏହା ପଛରେ ପ୍ରକୃତ କାରଣ କ’ଣ? ସରକାରୀ ଅର୍ଥାଭାବ, ନା ପ୍ରଶାସନିକ ଉଦାସୀନତା?ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗରେ ଦାୟିତ୍ୱ କାହାର? ପୁରାତନ ଏହି ଶିକ୍ଷାନୁଷ୍ଠାନର ଗୌରବ ଫେରାଇବାକୁ କେବେ ହେବ ପଦକ୍ଷେପ? ଏବେ ଏହି ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଛନ୍ତି ବେଗୁନିଆବାସୀ।
