ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କ ଭରସାରେ ଶହ ଶହ ରୋଗୀ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋଦ୍ଧାAugust 23, 20266 views

ଖୋର୍ଦ୍ଧା: ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜଣେ ମାତ୍ର ଡାକ୍ତରଙ୍କ ଭରସାରେ ଶହ ଶହ ରୋଗୀଙ୍କ ଚିକିତ୍ସା ଚାଲିଥିବାରୁ ପ୍ରତିଦିନ ରୋଗୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ସହ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ରୋଗୀମାନେ ଆବଶ୍ୟକ ସେବା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ଆବଶ୍ୟକ ମୌଳିକ ସୁବିଧାର ଅଭାବ ମଧ୍ୟ ରୋଗୀଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଖୋଦ ବିଧାନସଭା ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀରେ ଏଭଳି ସ୍ୱାସ୍ଥ୍ୟସେବାର ଚିତ୍ର ସାମ୍ନାକୁ ଆସିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ସହ ସ୍ୱାସ୍ଥ୍ୟକେନ୍ଦ୍ରର ମୌଳିକ ସୁବିଧା ବିକାଶ ପାଇଁ ଦାବି ହୋଇଛି।ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବ, ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।
