--:--:--
-- ---
Srishti News

NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 22, 202677 views
NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ
ତାଳଚେର: ସୁରକ୍ଷା ସଂସ୍କୃତିକୁ ମଜବୁତ କରିବା ଓ ନେତୃତ୍ୱ କ୍ଷମତା ବୃଦ୍ଧି ଲକ୍ଷ୍ୟରେ NTPC ତାଳଚେର ଥର୍ମାଲ ପକ୍ଷରୁ ଦୁଇଦିନିଆ ‘ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ’ ଆୟୋଜିତ ହୋଇଛି। ଅଗଷ୍ଟ ୨୧ରୁ ୨୨ ପର୍ଯ୍ୟନ୍ତ “Step Forward: Safety Leadership in Action” ବିଷୟବସ୍ତୁକୁ ନେଇ ଏହି ପ୍ରଶିକ୍ଷଣ ଚାଲିଥିଲା। NTPC ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଜୟ ଚାନ୍ଦ ବୁଟକ୍ୟାମ୍ପର ଉଦ୍‌ଘାଟନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଏଥିରେ ଯୋଗଦେଇଥିଲେ। ମୁମ୍ବାଇର ପ୍ରଶିକ୍ଷକ ଶ୍ରୀମତୀ ସୋନାଲ ନାଙ୍ଗିଆଙ୍କ ତତ୍ତ୍ୱାବଧାନରେ ଇଣ୍ଟରଆକ୍ଟିଭ୍ ଅଭ୍ୟାସ ମାଧ୍ୟମରେ ସୁରକ୍ଷା ନେତୃତ୍ୱ, ଯୋଗାଯୋଗ, ଦାୟିତ୍ୱବୋଧ ଓ ଦଳଗତ ସହଯୋଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରକଳ୍ପସ୍ଥଳରେ ‘Zero Harm’ ଲକ୍ଷ୍ୟ ହାସଲ ସହ ସୁରକ୍ଷିତ କାର୍ଯ୍ୟପରିବେଶ ଗଢ଼ିବା ଉପରେ ବୁଟକ୍ୟାମ୍ପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷା ସୁରକ୍ଷା ସଂସ୍କୃତି ଓ ସାମଗ୍ରିକ ସୁରକ୍ଷା ପ୍ରଦର୍ଶନକୁ ଆହୁରି ଉନ୍ନତ କରିବ ବୋଲି NTPC ପକ୍ଷରୁ ଆଶା ପ୍ରକାଶ କରାଯାଇଛି।