--:--:--
-- ---
Srishti News

ବନ୍ୟା ବିପନ୍ନଙ୍କୁ ଭେଟିଲା ବରୀ ବ୍ଲକ କଂଗ୍ରେସ, ବଣ୍ଟନ କଲା ଶୁଖିଲା ଖାଦ୍ୟ

Jajpur (ଯାଜପୁର)ଅନିଲ କୁମାର ଜେନାAugust 22, 202622 views
ବନ୍ୟା ବିପନ୍ନଙ୍କୁ ଭେଟିଲା ବରୀ ବ୍ଲକ କଂଗ୍ରେସ, ବଣ୍ଟନ କଲା ଶୁଖିଲା ଖାଦ୍ୟ
ବରୀ: ବନ୍ୟା ପରିସ୍ଥିତିରେ ବିପନ୍ନ ପରିବାରଙ୍କ ସହ ଠିଆ ହୋଇଛି ବରୀ ବ୍ଲକ କଂଗ୍ରେସ କମିଟି। ଏକ ପ୍ରତିନିଧି ଦଳ ବରୀ ବ୍ଲକ ବୋଦୁଅ ପଞ୍ଚାୟତର କୁମ୍ଭୁକା ଗାଁରେ ପହଞ୍ଚି ବନ୍ୟା ବିପନ୍ନ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ପୀଡ଼ିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ପୂର୍ବତନ ସରପଞ୍ଚ ତଥା ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ମନୋଜ ଦାସ, ପିସିସି ମିଡିଆ ସେଲ୍‌ର ମାନସ ପରିଡ଼ା, ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ସମିତିସଭ୍ୟ ଅପେନ୍ଦ୍ର ସାମଲ, ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ସତ୍ୟ ପ୍ରକାଶ ଦାସ, ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା ଗିରିଜା ପ୍ରସାଦ ରାୟ, ବୁନୁ ବିଶ୍ୱାଳ ଓ ପବିତ୍ର ବିଶ୍ୱାଳଙ୍କ ସମେତ ବରୀ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ପ୍ରଧାନ ଯୋଗଦେଇଥିଲେ। ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ବ୍ୟାହତ ହୋଇଥିବା ବେଳେ ସେମାନଙ୍କ ଆବଶ୍ୟକତା ବୁଝି ତୁରନ୍ତ ସହାୟତା ଯୋଗାଇଦେବା ଉପରେ ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ। ବିପଦ ସମୟରେ ଦଳୀୟ କର୍ମୀମାନେ ଲୋକଙ୍କ ସହ ରହି ସମ୍ଭବ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି କଂଗ୍ରେସ ନେତୃବୃନ୍ଦ କହିଥିଲେ।