ମାନବିକତାର ନିଦର୍ଶନ: ଶୋକାକୁଳ ପରିବାର ପାଖରେ ଲୁଲୁ ସେନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 22, 202685 views

ଅନୁଗୋଳ: ଶଙ୍ଖପୁର ପଞ୍ଚାୟତ ଅଞ୍ଚଳର ହରି ସାହୁଙ୍କ ଧର୍ମପତ୍ନୀଙ୍କ ଅକାଳ ବିୟୋଗରେ ପରିବାର ଶୋକସନ୍ତପ୍ତ ଥିବାବେଳେ, ଏହି ସମୟରେ ପରିବାର ପାଖରେ ଠିଆ ହୋଇଛି ଲୁଲୁ ସେନା।
ଲୁଲୁ ସେନାର ଏକ ଟିମ୍ ହରି ସାହୁଙ୍କ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇବା ସହ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରିଥିଲେ। ଏହି ସମୟରେ ଶଙ୍ଖପୁର ଲୁଲୁ ସେନାର ସଭାପତି ମହେଶ ସାହୁ ଓ କାର୍ଯ୍ୟନିର୍ବାହୀ ସଭାପତି ପ୍ରବୀଣ ଦାସ ଉପସ୍ଥିତ ରହି ଟିମ୍କୁ ନେତୃତ୍ୱ ଦେଇଥିଲେ।
ସେହିପରି ଗ୍ରାମର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସହଯୋଗର ହାତ ବଢ଼ାଇଥିଲେ। ଦୁଃଖର ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ସହଯୋଗ କରିବା ହିଁ ପ୍ରକୃତ ମାନବ ସେବା ବୋଲି ଲୁଲୁ ସେନା ପକ୍ଷରୁ କୁହାଯାଇଛି।
