--:--:--
-- ---
Srishti News

ଦୁଃଖର ସମୟରେ ଚୁଲବୁଲି ପଳେଇଙ୍କ ପରିବାର ପାଖରେ ଲୁଲୁ ସେନା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 22, 202695 views
ଦୁଃଖର ସମୟରେ ଚୁଲବୁଲି ପଳେଇଙ୍କ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ଶଙ୍ଖପୁର ପଞ୍ଚାୟତର ଅର୍ଜୁନ ପଳେଇଙ୍କ ଝିଅ ଚୁଲବୁଲି ପଳେଇଙ୍କ ଅକାଳ ବିୟୋଗରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ସମୟରେ ଲୁଲୁ ସେନା ପକ୍ଷରୁ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରାଯାଇଛି। ଶଙ୍ଖପୁର ଲୁଲୁ ସେନାର ସଭାପତି ଶ୍ରୀ ମହେଶ ସାହୁଙ୍କ ଉପସ୍ଥିତିରେ ଏହି ସହାୟତା ପରିବାରକୁ ପ୍ରଦାନ କରାଯାଇଥିଲା। ଦୁଃଖର ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ମାନବିକତା ବୋଲି ଲୁଲୁ ସେନା ପକ୍ଷରୁ କୁହାଯାଇଛି। ଲୋକଙ୍କ ସୁଖ ଓ ଦୁଃଖରେ ସାଥୀ ହୋଇ ରହିବା ସହ ସମାଜସେବା ଜାରି ରଖିବାକୁ ଲୁଲୁ ସେନା ପକ୍ଷରୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି।