ବାଇକ୍ରେ ଆସି ସୁନା ଲୁଟ୍, ଭୁଜାଲିରେ ଆକ୍ରମଣ ଅଭିଯୋଗ
Bargarh (ବରଗଡ଼)ସତ୍ୟ ସୁରୁଜାଲ, ବିଜେପୁରAugust 21, 20268 views

ବିଜେପୁର :ପଦ୍ମପୁର ରାସ୍ତାର ପହଣ୍ଡି ଗ୍ରାମ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ଲୁଟ୍ ଓ ଆକ୍ରମଣ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତିନିଜଣ ଦୁର୍ବୃତ୍ତ ବାଇକ୍ରେ ଆସି ରାସ୍ତା ପଚାରିବା ବାହାନାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍ କରିବା ସହ ଭୁଜାଲି ଦେଖାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ପଦ୍ମପୁର ଯିବା ରାସ୍ତା ପଚାରିବା ପରେ ଜଣେ ମହିଳାଙ୍କ ଶାଢ଼ୀ ଟାଣିଥିଲେ। ପରେ ଭୁଜାଲି ଦେଖାଇ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।ଲୁଟ୍କୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି।ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି।ଆହତମାନେ ଝିର୍ଲି ଗ୍ରାମର ବୋଲି ପ୍ରାଥମିକ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ବିଜେପୁର ହସ୍ପିଟାଲକୁ ନିଆଯାଇଥିବାବେଳେ ସେଠାରେ ଚିକିତ୍ସା ଚାଲିଛି।ଏ ସମ୍ପର୍କରେ ବିଜେପୁର ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ, ଘଟଣାର ଛାନ୍ଭିନ୍ ଚାଲିଥିବା ସେ ସୂଚନା ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୭ଟାରୁ ୮ଟା ମଧ୍ୟରେ ଏହି ଘଟଣା ଘଟିଥିବା ଥାନା ଅଧିକାରୀ କହିଛନ୍ତି।ତେବେ କେତେ ପରିମାଣର ସୁନା ଲୁଟ୍ ହୋଇଛି ଏବଂ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନେ କିଏ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଘଟଣା ପରେ ପହଣ୍ଡି ଓ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
