--:--:--
-- ---
Srishti News

୭ ଛାତ୍ରଛାତ୍ରୀ ଜଣ୍ଡିସ ଆକ୍ରାନ୍ତ, ୧୫ ଦିନ ବନ୍ଦ ରହିବ ବିଦ୍ୟାଳୟ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧାAugust 21, 202646 views
୭ ଛାତ୍ରଛାତ୍ରୀ ଜଣ୍ଡିସ ଆକ୍ରାନ୍ତ, ୧୫ ଦିନ ବନ୍ଦ ରହିବ ବିଦ୍ୟାଳୟ
ଖୋର୍ଦ୍ଧା-: ବୋଲଗଡ ଗୋଷ୍ଠୀ ଶିକ୍ଷା ମଣ୍ଡଳ ଅଧୀନ ମୁଗମଣ୍ଡା ଦେବଗୁରୁ ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ ଚିହ୍ନଟ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି। ଡାକ୍ତରୀ ପରୀକ୍ଷାରୁ ବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।ସତର୍କତାମୂଳକ ପଦକ୍ଷେପ ଭାବେ ବିଦ୍ୟାଳୟକୁ ୧୫ ଦିନ ପାଇଁ ବନ୍ଦ କରାଯାଇଥିବା ବେଳେ ଛାତ୍ରାବାସକୁ ମଧ୍ୟ ବନ୍ଦ କରାଯାଇଛି। ବିଦ୍ୟାଳୟ ପରିସରକୁ ଶୋଧନ କରାଯିବା ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ପରିସରରେ ଥିବା ଖୋଲା କୂଅର ପାଣିରୁ ସଂକ୍ରମଣ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।ବାଂକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଅସିତ ମୋହନ ମହାପାତ୍ରଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସେହିପରି ବିଇଓ ପ୍ରମୋଦ କୁମାର ସ୍ୱାଇଁ ବିଦ୍ୟାଳୟକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଦ୍ୟାଳୟ ୧୫ ଦିନ ବନ୍ଦ ରହିବା ସମୟରେ ଆଭାସୀ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀ ଓ ୨୦ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।ଜଣ୍ଡିସ ନିରାକରଣ ଓ ସଂକ୍ରମଣ ରୋକିବା ପାଇଁ ଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ନିଆଯାଇଥିବା ଜଣାପଡ଼ିଛି।