--:--:--
-- ---
Srishti News

ଜଳବନ୍ଦୀରେ ଜରିବାଙ୍କ ଦଳିତ ସାହି; ସ୍ଥାନାନ୍ତର ଦାବିରେ ଗ୍ରାମବାସୀ

ରିପୋର୍ଟ: ଉଦୟ ନାଥ ଜେନା, ବିଂଝାରପୁରAugust 19, 202649 views
ଜଳବନ୍ଦୀରେ ଜରିବାଙ୍କ ଦଳିତ ସାହି; ସ୍ଥାନାନ୍ତର ଦାବିରେ ଗ୍ରାମବାସୀ
ଯାଜପୁର, ବିଂଝାରପୁର: ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରିବାଙ୍କ ଦଳିତ ସାହି ଜଳବନ୍ଦୀ ହୋଇପଡ଼ିଛି। ସାହିର ଅଧିକାଂଶ ଘରେ ଆଣ୍ଠୁଏ ପାଣି ପଶିଯାଇଥିବାରୁ ଲୋକଙ୍କ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଛି। ଘର ଭିତରେ ପାଣି ଜମି ରହିବା ସହ ରାସ୍ତାଘାଟ ମଧ୍ୟ ଜଳମଗ୍ନ ହୋଇଥିବାରୁ ଛୋଟ ପିଲା, ବୃଦ୍ଧ ଓ ମହିଳାମାନେ ବିଶେଷ ଭାବେ ହନ୍ତସନ୍ତ ହେଉଛନ୍ତି। ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ସାହିବାସୀ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏନେଇ ପୂର୍ବରୁ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରିନାହିଁ। ବାରମ୍ବାର ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇଁ ସାହିବାସୀଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ବର୍ଷା ଓ ବନ୍ୟା ସମୟରେ ପ୍ରତିବର୍ଷ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ପରିବାରଗୁଡ଼ିକ ପାଇଁ ତୁରନ୍ତ ରିଲିଫ୍ ଓ ଆବଶ୍ୟକ ସହାୟତା ଯୋଗାଇବା ସହ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସୀ ନିବେଦନ କରିଛନ୍ତି।