୧୮ତମ ଥର ରକ୍ତଦାନ କରି ଗର୍ଭବତୀଙ୍କୁ ସହାୟତା କଲେ ବରିଷ୍ଠ ସାମ୍ବାଦିକ ରିତେଶ କୁମାର ମୁଣ୍ଡ
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡ, ଜୁନାଗଡ଼August 19, 202620 views

ମାନବିକତାର ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି କୋକସରା ବ୍ଲକର ବରିଷ୍ଠ ସାମ୍ବାଦିକ ରିତେଶ କୁମାର ମୁଣ୍ଡ। ଜୁନାଗଡ଼ ସ୍ଥିତ ଅଗ୍ରୱାଲ ନର୍ସିଂ ହୋମରେ ଚିକିତ୍ସାଧୀନ ଥିବା ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଜରୁରୀ ରକ୍ତର ଆବଶ୍ୟକତା ପଡ଼ିବା ପରେ ସେ ତୁରନ୍ତ ଆଗକୁ ଆସି ରକ୍ତଦାନ କରି ସହାୟତାର ହାତ ବଢ଼ାଇଥିଲେ।
ସୂଚନା ଅନୁଯାୟୀ, ରକ୍ତ ଗ୍ରହଣ କରିଥିବା ମହିଳା ହେଲେ ମଝିଗୁଡ଼ା ଗ୍ରାମର ଉଷାବତୀ ମାଝୀ। ଜରୁରୀ ପରିସ୍ଥିତିରେ ରିତେଶ କୁମାର ମୁଣ୍ଡଙ୍କ ରକ୍ତଦାନ ଫଳରେ ତାଙ୍କ ଚିକିତ୍ସାରେ ସହାୟକ ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ ଯେ, ରିତେଶ କୁମାର ମୁଣ୍ଡ ଏହାକୁ ମିଶାଇ ୧୮ତମ ଥର ପାଇଁ ରକ୍ତଦାନ କରିଛନ୍ତି। ସେ ପୂର୍ବରୁ ମଧ୍ୟ ବହୁ ରୋଗୀଙ୍କ ପାଇଁ ଜରୁରୀ ସମୟରେ ରକ୍ତଦାନ କରି ମାନବସେବାର ଦୃଷ୍ଟାନ୍ତ ସୃଷ୍ଟି କରିଆସୁଛନ୍ତି।
ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ସଭାପତି ଦେବରାଜ ବାଣୁଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି କୋକସରା ବ୍ଲକର ବହୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ରିତେଶ କୁମାର ମୁଣ୍ଡଙ୍କ ନିଃସ୍ୱାର୍ଥପର ସେବା ମନୋଭାବକୁ ପ୍ରଶଂସା କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ରକ୍ତଦାନ ମହାଦାନ ବାର୍ତ୍ତାକୁ ସମାଜରେ ଅଧିକ ସୁଦୃଢ଼ କରିବାରେ ଏଭଳି ମାନବିକ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।
