ସୁରତରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଗାଁରେ ଶୋକାକୁଳ ପରିବେଶ, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ
Ganjam (ଗଞ୍ଜାମ)ବିଜଯାନନ୍ଦ ତ୍ରିପାଠୀAugust 19, 202617 views

ସୁରତକୁ ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଖରିଡ଼ା ଗାନ୍ଧୀନଗର ସାହିର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଜଣକ ହେଉଛନ୍ତି ୪୫ ବର୍ଷୀୟ ନିରବେହେରା।ମିଳିଥିବା ସୂଚନା ଅନୁଯାୟୀ, ନିର ସୁରତରେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଦିନ ତଳେ ସେ ନିଜ ପୁଅ ସହ ଭିଡିଓ କଲ୍ରେ କଥାବାର୍ତ୍ତା ହୋଇ ଶୋଇବାକୁ ଯାଇଥିଲେ। କିନ୍ତୁ ସକାଳେ ତାଙ୍କର ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।ଆଜି ସକାଳେ ମୃତ ନିରବେହେରାଙ୍କ ଶବ ତାଙ୍କ ନିଜ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଦୁଃଖଦ ସମୟରେ ହିଞ୍ଜିଳିକାଟୁ ବିଡିଓ ସାଗରିକା ଷଡ଼ଙ୍ଗୀ ଏବଂ ଅତିରିକ୍ତ ତହସିଲଦାର ସୁରଜ ନାୟକ ମୃତକଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି।
