--:--:--
-- ---
Srishti News

ତାଳଚେରରେ ଏଆଇଟିୟୁସିର ୧୪ତମ ରାଜ୍ୟ ସମ୍ମିଳନୀ ପ୍ରସ୍ତୁତି ବୈଠକ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 19, 202673 views
ତାଳଚେରରେ ଏଆଇଟିୟୁସିର ୧୪ତମ ରାଜ୍ୟ ସମ୍ମିଳନୀ ପ୍ରସ୍ତୁତି ବୈଠକ
ତାଳଚେର: ତାଳଚେର ଭରତପୁରସ୍ଥିତ କୋଲ୍ ମାଇନିଙ୍ଗ ଏମ୍ପ୍ଲୟିଜ ୟୁନିୟନ କାର୍ଯ୍ୟାଳୟରେ ଏଆଇଟିୟୁସିର ରାଜ୍ୟ କମିଟି ବୈଠକ ଜିଲ୍ଲା ସଭାପତି ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଆଗାମୀ ଅକ୍ଟୋବର ୩୧ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଦେଉଳବେଡ଼ା ଦୁର୍ଗା ମଣ୍ଡପ ପଡ଼ିଆରେ ଏଆଇଟିୟୁସିର ୧୪ତମ ରାଜ୍ୟ ସମ୍ମିଳନୀ ଆୟୋଜନ ନେଇ ବୈଠକରେ ପ୍ରସ୍ତୁତି ଆଲୋଚନା ହୋଇଥିଲା। ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନାଙ୍କ ସୂଚନା ଅନୁସାରେ, ଉଦ୍‌ଘାଟନୀ ଦିନ ପ୍ରାୟ ୫ ହଜାର ଶ୍ରମିକ ଖୋଲା ଅଧିବେଶନରେ ଯୋଗଦେବେ। ତାଳଚେର ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରୁ ଦୁଇଟି ଶୋଭାଯାତ୍ରା ବାହାରି ଖୋଲା ଅଧିବେଶନରେ ପହଞ୍ଚିବ। ଏଥିରେ ଏଆଇଟିୟୁସିର ସର୍ବଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ରମେନ୍ଦ୍ର କୁମାର ଓ ସମ୍ପାଦିକା ଅମରଜିତ୍ କୌର ଯୋଗଦେବେ। ରାଜ୍ୟ ସଭାପତି ଅଶୋକ ଦାସ ଅଧ୍ୟକ୍ଷତା କରିବେ। ତିନିଦିନିଆ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦୦ ଶ୍ରମିକ ପ୍ରତିନିଧି ଯୋଗଦେଇ ବିଭିନ୍ନ ଶ୍ରମିକ ସମସ୍ୟା ଓ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ। ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନର ନେତା ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।