--:--:--
-- ---
Srishti News

ବନ୍ୟାରେ ବରୀ ବେହାଲ, ବରୀ ଗ୍ରିଡ୍‌ରେ ପାଣି ପଶି ବିଦ୍ୟୁତ ସେବା ଠପ୍

Jajpur (ଯାଜପୁର)ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟAugust 19, 202634 views
ବନ୍ୟାରେ ବରୀ ବେହାଲ, ବରୀ ଗ୍ରିଡ୍‌ରେ ପାଣି ପଶି ବିଦ୍ୟୁତ ସେବା ଠପ୍
ଯାଜପୁର: ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଜିଲ୍ଲାର ବରୀ ବ୍ଲକ ଏବେ ବନ୍ୟା ପ୍ରକୋପରେ ବେହାଲ ହୋଇପଡ଼ିଛି। ବ୍ଲକର ଅଧିକାଂଶ ପଞ୍ଚାୟତ ଜଳବନ୍ଦୀ ହୋଇଥିବା ବେଳେ ଅନେକ ଗାଁରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହେବାରୁ ବାଲିବିଲ, ବହଁରା, ରତାଳଙ୍ଗ, ଅଲିପୁର, ବଦୁଅ, ବଇଁଶୀରିଆ, କଳାମାଟିଆ, ଗମୁ, ସେରପୁର, ଚନ୍ଦନପୁର ଓ ଗୋଳକୁଣ୍ଡ ସମେତ ବିଭିନ୍ନ ପଞ୍ଚାୟତ ବନ୍ୟାଜଳ ଘେରରେ ରହିଛି। ରାସ୍ତାଘାଟରେ ପାଣି ଜମିବା ଯୋଗୁଁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବନ୍ୟାଜଳ ବୃଦ୍ଧି ଯୋଗୁଁ ବରୀ ଅଞ୍ଚଳର ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରହିଛି। ଏହାଫଳରେ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ, ବନ୍ୟା ପାଣି ବରୀ ଗ୍ରିଡ୍‌ ଭିତରକୁ ପଶିଯିବାରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବିଦ୍ୟୁତ ବିଚ୍ଛିନ୍ନ ହେବା ଯୋଗୁଁ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଦିନ ଅପେକ୍ଷା ରାତି ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ଧାରରେ ଜଳବନ୍ଦୀ ଅଞ୍ଚଳରେ ରହିବା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ବନ୍ୟାଜଳ ଆହୁରି ବଢ଼ିଲେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍‌, ଉଦ୍ଧାର ଓ ଆବଶ୍ୟକ ସେବା ଯୋଗାଇବା ସହ ବିଦ୍ୟୁତ ସେବା ପୁନର୍ବାହାଲ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।