ଶ୍ରାବଣ ମାସର ତୃତୀୟ ସୋମବାରରେ ଅଷ୍ଟଶମ୍ଭୁ ପୀଠରେ ଭକ୍ତଙ୍କ ଭିଡ଼
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 18, 202618 views

ବରଗଡ -ଶ୍ରାବଣ ମାସର ତୃତୀୟ ସୋମବାର ତା ୧୭/୦୮/୨୬ ରିଖ ଦିନ ବରଗଡ ଜିଲ୍ଲା ର ପ୍ରମୁଖ ଅଷ୍ଟଶମ୍ଭୁ ପୀଠ ସୋର୍ଣ୍ଣା ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ମା ମାହେଶ୍ୱରୀ ସେନା ତରଫରୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ତଥା ମାନସିକ ପାଇଁ ପାଣି ଢ଼ାଳିବା ପାଇଁ ଆସୁଥିବା ବୋଲବମ ଭକ୍ତ ମାନଂକୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ପ୍ରାୟ ୫ ହଜାର ଭକ୍ତମାନଂକୁ ପ୍ରସାଦ ବଣ୍ଟନ କରାଯାଇଥିଲା l ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅତାବିରା ପୋଲିସ ଷ୍ଟେସନର ଆଇ ଆଇଆଇସି ଶ୍ରୀଯୁକ୍ତ ପ୍ରକାଶ କର୍ଣ୍ଣ,ଜିଲ୍ଲା ଡୁମାଲ ପରିଷଦ, ବରଗଡ଼ ର ସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରଧାନ, ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ,
ସରଳା କେନ୍ଦ୍ର ଡୁମାଲ ସମାଜର ସଭାପତି ଶ୍ରୀଯୁକ୍ତ କରମଚାନ୍ଦ ପ୍ରଧାନଓ ମା ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପ୍ରସାଦ ବଣ୍ଟନରେ ସାହାଯ୍ୟ ସହଯୋଗ କରିଥିଲେ l ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଆର୍ଥିକ ଓ ଶାରୀରିକ ଭାବେ ସାହାଯ୍ୟ ସହଯୋଗ କରିଥିବା ଜାତିଭାଇ ତଥା ବ୍ୟକ୍ତିବିଶେଷଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l
